Binapani Mohantynka Srusti O Drusti

Binapani Mohantynka Srusti O Drusti

Paperback (04 Feb 2024) | Oriya

  • $21.83
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ବୀଣାପାଣି ମହାନ୍ତିଙ୍କ ମତରେ ସାହିତ୍ୟ ଅନ୍ତଃକରଣରୁ ସୃଷ୍ଟି । ୧୯୫୫ ମସିହାରେ 'ତନ୍ଦ୍ରାହତ' କବିତାରୁ ତାଙ୍କ ସାହିତ୍ୟଯାତ୍ରାର ଆରମ୍ଭ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ତାଙ୍କ ସାରସ୍ୱତ ଜୀବନ ଭାରତୀୟ ପାଠକ ତଥା ଅସଂଖ୍ୟ ନାରୀମାନଙ୍କପାଇଁ ଅଦମ୍ୟ ପ୍ରେରଣାର ଉତ୍ସ ପାଲଟିଛି । ଓଡ଼ିଶାରେ ଓଡ଼ିଆ ଲେଖିକା ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଷାଠିଏ ଦଶକରୁ ଊର୍ଦ୍ଧ୍ୱ ତାଙ୍କ ସାହିତ୍ୟିକ ଯାତ୍ରା ଏତେ ସହଜ ନ ଥିଲା । ରକ୍ଷଣଶୀଳ ସମାଜର ରୁଢ଼ିବାଦୀ - ତିର୍ଯ୍ୟକ୍ ଦୃଷ୍ଟିପ୍ରତି ଭୟଭୀତ ନ ହୋଇ ସେ ସ୍ୱଚ୍ଛନ୍ଦ ଭାବରେ ସମାଜର ଅନ୍ତର୍ନିହିତ ବିକୃତି, ଅସଂଗତି ତଥା ବାସ୍ତବତାକୁ ନିଜ ଗଳ୍ପସାହିତ୍ୟରେ ଚିତ୍ରିତ କରିଛନ୍ତି । ନିଜର ଶକ୍ତିଶାଳୀ ଲେଖନୀ ଚାଳନାଦ୍ୱାରା ତାଙ୍କର ମୌନ ବିଦ୍ରୋହ ରକ୍ଷଣଶୀଳ ସମାଜ ପାଇଁ ଥିଲା ନମ୍ର ସାରସ୍ୱତ ପ୍ରତିବାଦ । ବିଶିଷ୍ଟ ସାହିତ୍ୟିକ ଅନନ୍ତ ପଟ୍ଟନାୟକ, ଗୌରଚନ୍ଦ୍ର ପଟ୍ଟନାୟକ, ବ୍ରହ୍ମୋତ୍ରୀ ମହାନ୍ତିଙ୍କ ପ୍ରଗତିବାଦୀ ଅନୁଚିନ୍ତା ତାଙ୍କ ସାହିତ୍ୟର ନାରୀବାଦୀ ବିଚାରକୁ ଶକ୍ତି ଯୋଗାଇଥିଲା । ନାରୀର ସମସ୍ୟା, ସଂଗ୍ରାମ, ଯନ୍ତ୍ରଣାର ସେ ପ୍ରତିନିଧିତ୍ୱ କରିଛନ୍ତି । ଜୀବନାନୁଭୂତି ସହିତ ବ୍ୟକ୍ତିକ ଅଭିଜ୍ଞତା ହିଁ ତାଙ୍କ ଲେଖନୀର ସାମର୍ଥ୍ୟ । ଓଡ଼ିଆ ଅସ୍ମିତାର ସେ ଥିଲେ ସଚେତନ ଧାତ୍ରୀ । ସେଥିପାଇଁ ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ସ୍ୱର ତାଙ୍କ ସୃଷ୍ଟି ମଧ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପରିଲକ୍ଷିତ ହୁଏ ।

ଅଧ୍ୟାପିକା ରେବତୀ ମୁଦୁଲି ବୀଣାପାଣି ମହାନ୍ତିଙ୍କ ସାରସ୍ୱତ ସାଧନାର ବିବିଧ ବୈଚିତ୍ର]୍ୟବିମଣ୍ଡିତ ରୂପକୁ ଖୁବ୍ କଳାତ୍ମକ ଶୈଳୀରେ ମୂଲ୍ୟାୟନ କରିଛନ୍ତି । ବୀଣାପାଣି ମହାନ୍ତିଙ୍କ ସୃଷ୍ଟିସମଗ୍ରର ଆଲୋଚନା ମଧ୍ୟଦେଇ ତାଙ୍କ ବ୍ୟକ୍ତିତ୍ୱର ଅନେକ ମହନୀୟ ଦିଗକୁ ଆକଳନ କରିବାରେ ସେ ସଫଳ ହୋଇଛନ୍ତି । ଷାଠିଏତ୍ତୋର ଓଡ଼ିଆ ସାହିତ୍ୟର କଥାବସ୍ତୁ ଓ ଶୈଳୀଗତ ରୂପକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିବାରେ ମହାନ୍ ଲେଖିକା ବୀଣାପାଣି ମହାନ୍ତିଙ୍କ ଅବଦାନ ସଂପର୍କରେ ଡକ୍ଟର ରେବତୀ ମୁଦୁଲିଙ୍କ ଅଧ୍ୟୟନ, ଅନୁଶୀଳନ ଓ ମୂଲ୍ୟାୟନ ବେଶ୍ ଅଭିନନ୍ଦନୀୟ ।

Book information

ISBN: 9781645605034
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 266
Weight: 340g
Height: 216mm
Width: 140mm
Spine width: 15mm